ସ୍ୱିଗୀ ଡେଲିଭରୀ ବୟ କିଡନାପ୍ ସସ୍‌ପେନ୍‌ସ: ଅପହରଣ ନୁହେଁ ନାଟକ, ଖୁବଶୀଘ୍ର ହେବ ପର୍ଦ୍ଦାଫାସ

ଭୁବନେଶ୍ୱର (କେନ୍ଯୁଜ୍): ଭୁବନେଶ୍ୱର ଲିଙ୍ଗପୁରର ସ୍ୱିଗୀ ଡେଲିଭରୀ ବୟଙ୍କ ଅପହରଣ ସସ୍‌ପେନ୍‌ସ। ପୋଲିସ ଜାଣିବାକୁ ପାଇଛି ଏହା ଅପହରଣ ନୁହେଁ ନାଟକ। ଖୁବଶୀଘ୍ର ଅପହରଣ ଉପରୁ ପରଦା ହଟାଇବ ପୋଲିସ ।

ଶନିବାର ନିଜେ ଅପହରଣ ନାଟକ ରଚିଥିଲେ । ଅପହରଣ ନାଟକ ପଛରେ ରହିଛି ପ୍ରେମ ସମ୍ପର୍କ । ଗୋପ ଅଞ୍ଚଳର ଜଣେ ଝିଅକୁ ନେଇ ରାଜ୍ୟ ବାହାରକୁ ଚାଲିଯାଇଥିଲା ପତିତପାବନ । କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ ତାକୁ ଅଟକ ରଖିଥିବା ସୂଚନା ମିଳିଛି । ତାକୁ ଓଡ଼ିଶା ଅଣାଯାଉଛି । ଖୁବଶୀଘ୍ର ଅପହରଣ ଡ୍ରାମାର ହେବ ପର୍ଦ୍ଦାଫାସ । ସିସିଟିଭି ଫୁଟେଜ ଓ ପତିତପାବନଙ୍କ ମୋବାଇଲ ଫୋନ କଲ ଡିଟେଲ୍ସରୁ ଏସବୁ ଜାଣିବାକୁ ପାଇଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.