ନୂଆବର୍ଷ ପାଳନରେ ବୁଲିଲା ଖଣ୍ଡା, ଦୁଇ ଗୁରୁତର
ବଲାଙ୍ଗିର: ନୂଆବର୍ଷରେ ବୁଲିଲା ଖଣ୍ଡା, ୨ ଗୁରୁତର । ବଲାଙ୍ଗିର ତୁଳସୀ ନଗରରେ ଗଣ୍ଡଗୋଳ ହୋଇଛି । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାଇକରେ ଦୁଇଜଣ ଆସି ଗଣ୍ଡଗୋଳ କରିଥିଲେ । ଏହାପରେ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଦୁଇ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଗୁରୁତର ହେଲେ ମଧୁସୂଦନ ବଗର୍ତି ଓ ଅଗ୍ନି କୁମାର ବିଶି । ଆକ୍ରମଣକାରୀ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।
ସେହିପରି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଅଘଟଣ ଘଟିଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ୪ ଜଣ ଯୁବକ ଗୁଳିମାଡ଼ କରିବା ସହ ଛୁରାମାଡ଼ କରିଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ କରୁଛି। ଜଣଙ୍କୁ ଅଟକ ରଖି ପଟରାଉଚରା କରାଯାଉଛି ।