ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ନୂଆ ରଣନୀତି, ଦାୟିତ୍ୱରେ ରହିବେ ଦୁଇ ଦୁଇ ଜଣ ପ୍ରଭାରୀ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ନୂଆ ରଣନୀତି । ରାଜ୍ୟ କଂଗ୍ରେସ ଦାୟିତ୍ୱରେ ରହିବେ ଦୁଇ ଦୁଇ ଜଣ ପ୍ରଭାରୀ । ଛତିଶଗଡ଼ରେ ମନ୍ତ୍ରୀ ଥିବା ଟି. ଏସ୍. ସିଂଦେଓଙ୍କୁ ନୂଆ ପ୍ରଭାରୀ ନିଯୁକ୍ତ କରିଛି କରିଛି ଏଆଇସିସି । ସିଂଦେଓଙ୍କୁ ସାମୟିକ ଇନ୍ଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ପ୍ରଭାରୀ ଥିବା ଜିତେନ୍ଦ୍ର ସିଂହଙ୍କ ସହ ଟି.ଏସ୍ ସିଂହଦେଓ ଦାୟିତ୍ୱରେ ରହିବେ । ଛତିଶଗଡ଼ ନିର୍ବାଚନରେ କଂଗ୍ରେସର ସଫଳତା ପଛରେ ଟି.ଏସ୍. ସିଂହଦେଓଙ୍କ ପ୍ରମୁଖ ଭୂମିକା ଥିଲା । ଛତିଶଗଡ଼ରେ ବିଜେପି କ୍ଷମତାରେ ଥିବା ବେଳେ ସେ ବିରୋଧୀ ଦଳ ନେତା ଦାୟିତ୍ୱରେ ଥିଲେ ।..ଏପଟେ ସିଂହଦେଓଙ୍କ ନିଯୁକ୍ତି ନେଇ ପ୍ରତିକ୍ରୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଟି. ଏସ୍. ସିଂଦେଓଙ୍କ ନିଯୁକ୍ତିକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ବୋଲି କହିଛନ୍ତି ପିସିସି ସଭାପତି ।