ଭିଜିଲାନ୍ସ ଜାଲରେ ତାଳଚେର ବ୍ଲକ୍ ଯନ୍ତ୍ରୀ ବିରଞ୍ଚି ସାହୁ, ୪ଟି ସ୍ଥାନରେ ୪ଟି ଟିମ୍ କରୁଛନ୍ତି ଚଢାଉ
ଅନୁଗୁଳ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ତାଳଚେର ବ୍ଲକ୍ ଯନ୍ତ୍ରୀ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଚଢାଉ ଜାରି ରହିଛି। ଅନୁଗୁଳ କୁମୁଡାରେ ଥିବା ବାସଭବନ ଓ ଆମ୍ବଲରେ ଥିବା ବାସଭବନରେ ଏକକାଳୀନ ଚଢାଉ ଚାଲିଛି।
ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀରେ ଥିବା ସମ୍ପର୍କୀୟଙ୍କ ଘର ସମେତ ତାଳଚେର ବିଡିଓ କାର୍ଯ୍ୟାଳୟର ଜେଇଙ୍କ ଚାମ୍ବରରେ ମଧ୍ୟ ରେଡ୍ କରାଯାଉଛି। ୪ଟି ସ୍ଥାନରେ ଭିଜିଲାନ୍ସର ୪ଟି ଟିମ୍ ଚଢାଉ କରୁଛନ୍ତି। ଟିମ୍ରେ ୪ଜଣ DSPଙ୍କ ସହ ୮ ଜଣ ଇନିସପେକ୍ଟର ସାମିଲ ଅଛନ୍ତି। ଚଢାଉ ବେଳେ ନଗଦ ଟଙ୍କା ସହ ୫ରୁ ଅଧ୍କ ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା ଓ ୧୦୦ଗ୍ରାମ ସୁନା, ଜମି ଓ ଗାଡି ଜବତ କରାଯାଇଛି।