କାରକୁ ୪ ଲକ୍ଷ ଟଙ୍କା ସହ ଏକ ମାଉଜର ଜବତ କଲା ତାଳଚେର ଫ୍ଲାଇଂ ସ୍କ୍ବାଡ୍

ତାଳଚେର(କେନ୍ୟୁଜ୍) : ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଛକ ନିକଟରେ ଏକ କାରକୁ ୪ ଲକ୍ଷ ଟଙ୍କା ସହ ଏକ ମାଉଜର ଜବତ କରିଛି ଫ୍ଲାଇଂ ସ୍କ୍ବାଡ୍ ଟିମ୍ । ଏହି ଘଟଣାରେ ପୋଲିସ୍ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀ ଆଡୁ ଏକ ଧଳା ରଙ୍ଗର କାର ତାଳଚେର ଆଡକୁ କ୍ଷୀପ୍ର ଗତିରେ ଆସୁଥିବାର ଦେଖି ତାଳଚେର ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ବାଡ୍ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ କାରଟି ନ ଅଟକାଇ ପଳାଇବାରୁ ପୁଲିସ ଏହାର ପିଛା କରି ସନ୍ଥପଡ଼ା ଛକଠାରେ ଅଟକାଇଥିଲେ। ତେବେ ନିର୍ବାଚନକୁ ନେଇ ଏହି ଟଙ୍କାର କୌଣସି ଲିଙ୍କ୍ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ।