ତାଳଚେର ଖଣି ଖଦାନ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଅର୍ଥନୈତିକ ଅବରୋଧ , ଏମସିଏଲ୍ ରୁ କୋଇଲା ପରିବହନ ଠପ୍‌

ତାଳଚେର(କେନ୍ୟୁଜ୍) : ଏମସିଏଲ୍ ରୁ କୋଇଲା ପରିବହନ ଠପ୍‌। ତାଳଚେର ଖଣି ଖଦାନ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଦୁଇ ଦଫା ଦାବି ନେଇ ଅର୍ଥନୈତିକ ଅବରୋଧ କରାଯାଇଛି। କୋଇଲା ବୋଝେଇ ଟ୍ରେନ୍‌ ଗୁଡିକରେ ପାଲ ଭିଡା ଯାଇ ପ୍ରଦୂଷଣ ରୋକିବା, ସ୍ଥାନୀୟ କମ୍ପାନୀରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଅର୍ଥନୈତିକ ଅବରୋଧ କରାଯାଇଛି। ଫଳରେ ଏମସିଏଲ୍ରୁ ଟ୍ରେନ୍‌ ଯୋଗେ ବିଭିନ୍ନ ସ୍ଥାନକୁ କୋଇଲା ପରିବହନ ବନ୍ଦ ରହିଛି।