ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ କଥାହେଲେ 5T ସଚିବ, ଭୟଭୀତ ନହେବାକୁ ଦେଲେ ଆଶ୍ୱାସନା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନା ନେଇ ପରାମର୍ଶ। କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନାରେ ସେମାନଙ୍କ ନେତୃତ୍ୱ ଓ ଦକ୍ଷତା ନେଇ ସରପଞ୍ଚଙ୍କୁ ପରାମର୍ଶ ଦେଲେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଗଞ୍ଜାମର ସମସ୍ତ କରୋନା ପଜିଟିଭ ମାମଲାଗୁଡ଼ିକ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସୁଥିବାରୁ ଏଥିପ୍ରତି ଭୟଭୀତ ହେବା ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରେ କଡ଼ାକଡ଼ି ନିୟମ ପାଳନ କରୋନା ବିରୋଧୀ ଯୁଦ୍ଧରେ ସଫଳତା ବା ବିଫଳତା ସ୍ଥିର କରିବ। ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିବାରୁ ସେମାନଙ୍କ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଲେ କ୍ୱାରେଣ୍ଟାଇନ ସେଣ୍ଟରର ସଫଳ ପରିଚାଳନା ହେବ। କରୋନା ବିରୋଧୀ ଯୁଦ୍ଧରେ ସରପଞ୍ଚମାନେ ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ନେଇ ସଫଳତା ପାଇଥିବାରୁ ୫ଟି ସଚିବ ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

You might also like