ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ୟାଙ୍କର, ଡ୍ରାଇଭର ଫେରାର

ରାୟଗଡ଼ା: ରାୟଗଡ଼ାରେ ଓଭର୍ ବ୍ରିଜ ଉପରେ ଦୁର୍ଘଟଣା ଘଟିଛି । ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସିଲା ପେଟ୍ରୋଲ ଟ୍ୟାଙ୍କର । ଓଭର ବ୍ରିଜ ଉପରେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା । ଏହି ଦୁର୍ଘଟଣାରେ କେହି ମୃତ୍ୟୁବରଣ କରିନଥିବା ସ୍ଥଳେ ଗାଡ଼ିର ଡ଼୍ରାଇଭର ଆହାତ ହୋଇଛନ୍ତି ।
ସୂଚନା ଅନୁସାରେ କୋରାପୁଟରୁ ବିଶାଖାପାଟଣା ଯାଉଥିବା ଏକ ଟ୍ୟାଙ୍କର ରାୟଗଡ଼ା ସହରର ଓଭର ବ୍ରିଜ ଉପରୁ ୩୦ ଫୁଟ ତଳକୁ ଖସି ପଡ଼ିଛି । ବିପରୀତ ଦିଗରୁ ଆସୁଥିବା ସ୍କୁଟରକୁ ଦୁର୍ଘଟଣାରୁ ବଞ୍ଚାଇବା ଉଦ୍ୟମରେ ବ୍ରିଜ ତଳକୁ ଖସି ପଡ଼ିଛି । ଫଳରେ ବ୍ରିଜ ତଳେ ମାଛ ବିକ୍ରି କରୁ ଥିବା ୨ ଜଣ ବ୍ୟବସାୟୀ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ରାୟଗଡ଼ା ପୋଲିସ ପହଞ୍ଚିଛି । ଏହି ଦୁର୍ଘଟଣା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଲାଗିଛି ।
ଆହୁରି ପଢ଼ନ୍ତୁ : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୩ ମୃତ