ପାରାଦୀପ: ୧୭ ଘଣ୍ଟା ପରେ ରାସ୍ତା ଉପରୁ ହଟିଲା ଟ୍ୟାଙ୍କର, କ୍ରେନ୍‌ ସାହାଯ୍ୟରେ କରାଗଲା ଉଦ୍ଧାର

ପାରାଦୀପ: ୧୭ ଘଣ୍ଟା ପରେ ରାସ୍ତା ଉପରୁ ହଟିଲା ଟ୍ୟାଙ୍କର। ପାରାଦୀପରୁ ଏକ ଅନୁସନ୍ଧାନକାରୀ ଦଳ ପହଞ୍ଚି କ୍ରେନ୍‌ ସାହାଯ୍ୟରେ ଉଦ୍ଧାର କରିଥିଲେ। ଗତକାଲି ଗଞ୍ଜାମ ଜିଲ୍ଲା ହୁମା NH ୧୬ ନିକଟରେ ଆମୋନିଆ ଗ୍ୟାସ୍‌ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା ଉପରେ ପଡ଼ିରହିଥିଲା ଆମୋନିଆ ଗ୍ୟାସ୍‌ ଟ୍ୟାଙ୍କର ।

ଦୁର୍ଘଟଣା ପରେ ଏନଏଚ୍‌ର ଏକ ପାଖ ରାସ୍ତା ବନ୍ଦ ହୋଇଯିବା ସହ ଯାତାୟତ ବନ୍ଦ ହୋଇଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡି ଅଟକି ରହିତିଲା। ଟ୍ୟାଙ୍କରଟି ପାରାଦୀପରୁ ଆମୋନିଆ ଗ୍ୟାସ ନେଇ ବିଶାଖାପାଟଣା ଯାଉଥିବାବେଳେ ରାସ୍ତା ଉପରେ ଲଟି ପଡିଥିଲା।