ଆଜି ସରୁଛି ୭ ଦିନର ମହଲତ: ଆସିକାରେ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସୁମିତ୍‌, ପୂର୍ବ ପିଟିସନର ହୋଇପାରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ଆସିକାରେ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସ୍ୱାମୀ ସୁମିତ୍‌ । ଆଜି ସରୁଛି ୭ ଦିନର ମହଲତ । କୋର୍ଟଙ୍କ ନିର୍ଦ୍ଦେଶରେ ସେମାନେ ଏକାଠି ରହିବା ମଧ୍ୟରେ ଉଭୟଙ୍କ ଭିତରେ ବୁଝାମଣା ଓ ସଂପର୍କ ନେଇ ପ୍ରତିଦିନ ରିପୋର୍ଟ ପ୍ରଦାନ କରାଯାଉଛି।

କୋର୍ଟରେ ରିପୋର୍ଟ ପ୍ରଦାନ କରିଛନ୍ତି ଆସିକା ଥାନା ଅଧିକାରୀ। ଆଜି ପୂର୍ବରୁ ଦାଖଲ ହୋଇଥିବା ପିଟିସନର ମୂଳ ଶୁଣାଣି ହେବ । ସ୍ୱାମୀଙ୍କ ସହ ରହିବା ପାଇଁ ୧୧ ଦିନ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ ତପସ୍ୱିନୀ । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶରେ ଉଭୟ ୭ଦିନ ହେଲା ଏକାଠି ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.