ତପସ୍ୱିନୀ ବିବାହ ମାମଲା : ରାୟ ଶୁଣାଇଲେ SDJM କୋର୍ଟ, ଉଭୟଙ୍କୁ ଭଡ଼ା ଘରେ ୭ ଦିନ ସାଙ୍ଗ ହୋଇ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌) : ତପସ୍ୱିନୀ ବିବାହ ମାମଲାର ଆଜି ରାୟ ଶୁଣାଇଛନ୍ତି ବ୍ରହ୍ମପୁର SDJM କୋର୍ଟ । ଉଭୟଙ୍କୁ ୭ ଦିନ ପାଇଁ ସାଙ୍ଗ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଉଭୟଙ୍କୁ ଏକ ଭଡ଼ା ଘର ନେବାକୁ ହେବ । ଏବଂ ଏହି ଘରର ସୁରକ୍ଷା ଦାୟିତ୍ୱରେ ରହିବେ ଆସିକା ଥାନା ଆଇଆଇସି ।

ଉଭୟଙ୍କ ସହିତ କାହାକୁ ମିଶିବାକୁ ଦିଆଯିବନି । ୭ ଦିନ ଉଭୟେ ଏକାଠି ରହିବା ପରେ ଯଦି ତାଙ୍କ ମନ ନ ମିଶିଲା ତେବେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି । ତେଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୭ ଦିନ ପରେ କରାଯିବ ବୋଲି ବ୍ରହ୍ମପୁର SDJM କୋର୍ଟ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଦାସ । ୧୧ ଦିନରେ ପହଞ୍ଚିଛି ତପସ୍ୱିନୀଙ୍କ ଧାରଣା ଗତକାଲି ଉଭୟ ପକ୍ଷ SDJMଙ୍କ କୋର୍ଟରେ ମାମଲାର ଶୁଣାଣି ପାଇଁ ହାଜର ହୋଇଥିଲେ।

ଉଭୟ ପକ୍ଷକୁ କାଉନସେଲିଂ କରିଥିଲେ SDJM। ଉଭୟଙ୍କ ପକ୍ଷରୁ ନିଜ ନିଜ ପକ୍ଷ ରଖି ମତାମତ ଶୁଣିବା ପରେ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବ। ସ୍ୱାମୀଙ୍କ ଘରେ ରହିବା ନେଇ କୋର୍ଟରେ ଆବେଦନ କରିଥିଲେ ତପସ୍ୱିନୀ ।ସ୍ୱାମୀଙ୍କୁ ପ୍ରଲୋଭିତ କରି ଶ୍ୱଶୁର ତାଙ୍କ ଠାରୁ ଦୂରେଇ ଦେଉଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.