ସମ୍ପର୍କ ସୁଧାରିବାକୁ ୭ ଦିନ: ଆସିକା ଚିନି ଶିଳ୍ପ ଅତିଥି ଭବନରେ ସ୍ୱାମୀ ସୁମିତଙ୍କ ସହ ରହିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସମ୍ପର୍କ ସୁଧାରିବାକୁ ୭ ଦିନ। ସ୍ୱାମୀ ସୁମିତଙ୍କ ସହ ରହିବେ ତପସ୍ୱିନୀ ଦାସ । ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ । ଉଭୟଙ୍କୁ ଆସିକା ଚିନି ଶିଳ୍ପ ଅତିଥି ଭବନରେ ରଖାଯାଇଛି। ଆସିକା ଥାନା ଅଧିକାରୀଙ୍କ ଦାୟିତ୍ୱରେ ଉଭୟଙ୍କୁ ଛଡାଯାଇଛି ।

ଏହି ସମୟ ମଧ୍ୟରେ ନିଜ ନିଜ ପରିବାର ସହ ଯୋଗଯୋଗ କରିପାରିବେ ନାହିଁ । ଏଥିସହ ଅନ୍ୟ କୌଣସି ସମାଜସେବୀ ମଧ୍ୟ ଦୁହିଁଙ୍କୁ ସାକ୍ଷାତ କରିପାରିବେ ନାହିଁ । ୭ ଦିନ ପରେ ପୁଣି କୋର୍ଟରେ ତପସ୍ୱିନୀ ଓ ସୁମିତ ମାମଲାର ହେବ ଶୁଣାଣି । ସ୍ୱାମୀଙ୍କ ଘରେ ରହିବା ନେଇ କୋର୍ଟରେ ଆବେଦନ କରିଥିଲେ ତପସ୍ୱିନୀ । ସ୍ୱାମୀଙ୍କୁ ପ୍ରଲୋଭିତ କରି ଶ୍ୱଶୁର ତାଙ୍କ ଠାରୁ ଦୂରେଇ ଦେଉଥିବା ସେ ଅଭିଯୋଗ ଆଣିଥିଲେ । ଦୀର୍ଘ ୧୧ ଦିନ ହେବ ନ୍ୟାୟଭିକ୍ଷା କରି ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା ଚର୍ଚ୍ଚାର ବିଷୟ ପାଲଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.