ଶ୍ୱଶୁର ଘର ଭିତରକୁ ଯିବେ ନା ବାରଣ୍ଡାରେ ରହିବେ ତପସ୍ୱିନୀ, ଆଜି ଜିଲ୍ଲା କୋର୍ଟରେ ଉଭୟଙ୍କ ଭିନ୍ନ ଭିନ୍ନ ପିଟିସନର ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ ତପସ୍ୱିନୀ । ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼ । ତପସ୍ୱିନୀ କେଉଁଠି ରହିବେ, ସେନେଇ ଚର୍ଚ୍ଚା ଲାଗି ରହିଛି । ଆଜି ଜିଲ୍ଲା କୋର୍ଟରେ ଉଭୟଙ୍କ ଭିନ୍ନ ଭିନ୍ନ ପିଟିସନର ଶୁଣାଣି ରହିଛି । ଦିନକୁ ଦିନ ସୁମିତ-ତପସ୍ୱିନୀଙ୍କ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି । ତୁଟିବା ବଦଳରେ ଅଡୁଆ ସୂତାରେ ଛନ୍ଦି ହେଉଛି ଦୁହିଁଙ୍କ ସମ୍ପର୍କ ।

ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା ଜାରି ରହିଛି । ସ୍ୱାମୀ ତାଙ୍କୁ ପୁଣି ଆପଣେଇ ନେବେ ବୋଲି ଆଶା ରଖିଛନ୍ତି ଡିମ୍ପଲ । ଗତକାଲି ଭିଡିଓରେ କାନ୍ଦି କାନ୍ଦି ତାଙ୍କୁ ନେଇ ଯିବା ପାଇଁ ସ୍ୱାମୀ ଓ ଶ୍ୱଶୁରଙ୍କୁ ଅନୁରୋଧ କରିଥିଲେ ତପସ୍ୱିନୀ । ସେ ସୁମିତଙ୍କୁ ବରବାଦ କରିବାକୁ ଚାହନ୍ତିନି । ସେ କେବଳ ସୁମିତଙ୍କୁ ଚାହୁଁଛନ୍ତି ବୋଲି କହିଥିଲେ । ନଭମ୍ବେର ୨୨ ତାରିଖରୁ ଧାରଣାରେ ବସିଛନ୍ତି ତପସ୍ୱିନୀ ।

Leave A Reply

Your email address will not be published.