ତପସ୍ୱିନୀ-ସୁମିତ ବିବାଦ ମାମଲାରେ ଆସିପାରେ ନୂଆ ମୋଡ: ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ବିବାଦ ମାମଲାରେ ଆସିପାରେ ନୂଆ ମୋଡ। ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି ରହିଛି। ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ମୂଳ ମାମଲାର ଶୁଣାଣି ହେବ।

ସେପଟେ ତପସ୍ୱିନୀଙ୍କୁ କେବେ ମିଳିବ ୧୭ ହଜାର। ଜିଲ୍ଲା ଦୌରାଜଜ୍‌ଙ୍କ ଆଦେଶ ଅନୁସାରେ ୧୦ ତାରିଖ ସୁଧା ତପସ୍ୱିନୀଙ୍କ ଭରଣ ପୋଷଣ ବାବଦରେ ସୁମିତଙ୍କୁ ୧୭ ହଜାର ଟଙ୍କା ପୈଠ କରିବାର ଥିଲା । ତେବେ ତାହା ହୋଇନଥିବାରୁ ତପସ୍ୱିନୀଙ୍କ ପକ୍ଷରୁ ଏନେଇ ତାଙ୍କ ଓକିଲ SDJM କୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ସୁମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହାର ଶୁଣାଣି ମଧ୍ୟ ଆଜି ହେବ।