ବିଧାନସଭାରେ ବିଶ୍ୱବିଦ୍ୟାଳୟ ବିଲ୍କୁ ‘କଳା ବିଲ୍’ କହି ଚିରିଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ସରଗରମ ଆଲୋଚନା । ବିଲକୁ ବିରୋଧ କରି ଏହାକୁ କଳାବିଲ କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ବିଲକୁ ସିଲେକ୍ସନ କମିଟିକୁ ପଠାଇବାକୁ ଦାବି କରିବା ସହ ବିଲକୁ ଚିରି ଦେଇଛନ୍ତି । ବିଜେପି ମଧ୍ୟ ବିଲକୁ ବିରୋଧ କରିଛି। ଆଜି ବିଧାନସଭାରେ ଉପସ୍ଥାପିତ ବିଲ ମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ରହିଥିଲା । ସରକାର ତରବରିଆ ଭାବେ କାହିଁକି ବିଲ ପାରିତ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।