ବିକ୍ରମଦେବ କଲେଜ ପ୍ଲାଟିନମ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରି ଚର୍ଚ୍ଚାରେ ତାରା ପ୍ରସାଦ ବାହିନୀପତି, ବିଜେଡି ଆଡକୁ ଢଳିବେ କି?
କୋରାପୁଟ(କେନ୍ୟୁଜ୍): ଚର୍ଚ୍ଚାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଜୟପୁର ବିକ୍ରମଦେବ କଲେଜ ପ୍ଲାଟିନମ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ, ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ତାରା। ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ରୋକଠୋକ୍ ସମାଲୋଚନା କରୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏପରି ସ୍ୱର ପରିବର୍ତ୍ତନ କୋରାପୁଟ ରାଜନୀତିକୁ ଖୋରାକ୍ ଯୋଗାଇଛି। କିନ୍ତୁ କଥା ଉଠୁଛି, କେବଳ କୋରାପୁଟର ବିକାଶ ପାଇଁ ତାରାଙ୍କର ଏ ପ୍ରଶଂସା ନା ଆଉ କିଛି। ପୂର୍ବରୁ ନଜିର ରହିଛି, ଅନେକ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା ପରେ ବିଜେଡିରେ ସାମିଲ ହୋଇଛନ୍ତି। ଏବେ ସେହି ରାସ୍ତାରେ ଯାଉଛନ୍ତି କି ତାରା ପ୍ରସାଦ ବାହିନୀପତି ?
କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ପାର୍ଟି ଦକ୍ଷିଣ ଓଡ଼ିଶାରେ ଏଣ୍ଟ୍ରି କରିସାରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗୀଙ୍କ ଭଳି ନେତା ବିଆରଏସ୍ରେ ଯୋଗ ଦେବା ପରେ କୋରାପୁଟ ରାଜନୀତି ହଲଚଲ ହୋଇଛି। ଚଳିତ ମାସ ଶେଷ ଆଡ଼କୁ ଓଡ଼ିଶା ଗସ୍ତରେ ଆସି ପାରନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଏକ ବିରାଟ ସମାବେଶ ଯୋଗ ଦେବେ। ତା ପୂର୍ବରୁ ବିଆରଏସରେ ଯୋଗ ଦେବା ପାଇଁ ଅନେକ ବିଜେପି ନେତା ଯୋଗାଯୋଗରେ ଅଛନ୍ତି। ୨୦୨୪ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ନୂଆ ରାଜନୈତକ ସମୀକରଣ ହୋଇପାରେ । ଏବେ ମୁଖ୍ୟମନ୍ତ୍ରୀଙ୍କୁ ତାରାଙ୍କ ଜୋରଦାର ପ୍ରଶଂସା କ’ଣ ଇଙ୍ଗିତ କରୁଛି ତାକୁ ନେଇ ଚର୍ଚ୍ଚା ।