୪ ବର୍ଷ ଧରି ଲାଗି ରହିଥିବା ମା’ ତାରାତାରିଣୀଙ୍କ ପୀଠର ନିର୍ମାଣ କାର୍ଯ୍ୟ ଶେଷ, ଆସନ୍ତାକାଲି ମା’ଙ୍କ ମନ୍ଦିର ପ୍ରତିଷ୍ଠା  

ବ୍ରହ୍ମପୁର(କେନ୍ୟୁଜ୍): ଦକ୍ଷିଣ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠର ହୋଇଛି ନବକଳେବର । ଦୀର୍ଘ ୪ ବର୍ଷ ଧରି ଜାରି ରହିଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ଋଷିକୂଲ୍ୟା ଅବବାହିକାରେ ପାହାଡ ଘେରା ସୁଉଚ୍ଚ ଭବ୍ୟ ମନ୍ଦିର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ମନୋରଂଜନ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଛି ।

tara tarini

ଆସନ୍ତାକାଲି ମା’ଙ୍କ ମନ୍ଦିର ପ୍ରତିଷ୍ଠା ହେବ । ଦୀର୍ଘ ୬ ଦିନ ଧରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ୧୮ ତାରିଖରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦୦୪ ମସିହାରୁ ରାଜ୍ୟ ସରକାରଙ୍କ ଅନୁଦାନ ରାଶିରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସମ୍ପୂର୍ଣ୍ଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.