ପୁଣି ଭାଇରାଲ ହେଲା ମହିଳା ପୋଲିସଙ୍କ ଦବଙ୍ଗଗିରି, ଥାନାରେ ପୂରାଇ ନିର୍ଧୁମ ଛେଚିଲେ

ସୁବର୍ଣ୍ଣପୁର(କେନ୍ଯୁଜ୍): ପୋଲିସର ଦବଙ୍ଗଗିରି ଅଭିଯୋଗ। ଏନେଇ ଅଭିଯୋଗରେ ଛନ୍ଦି ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନାର ଜଣେ ମହିଳା ପୋଲିସ ଏସଆଇ। ସୂଚନା ମୁତାବକ ବିନା କାରଣରେ ଜଣେ ଯୁବକଙ୍କୁ ଥାନାକୁ ଡାକି ନିର୍ଧୁମ ମାଡ ମାରିଛନ୍ତି ପୋଲିସ ମାଡାମ। ଏନେଇ ଏସଆଇ ପ୍ରୀୟାଙ୍କ ମାଡରେ ଖଇରାଟିକିରା ଗ୍ରାମର ରାଜେନ୍ଦ୍ର ସୁନା ଗୁରୁତର ଆହତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ କୌଣସି ଏକ ଘଟଣାରେ ରାଜେନ୍ଦ୍ରଙ୍କୁ ପ୍ରଥମେ ସୁବର୍ଣ୍ଣପୁର ଏବଂ ପରେ ତରଭା ଥାନାକୁ ଡକାଯାଇଥିଲା। ଏହାପରେ ତରଭା ଥାନା ପୋଲିସ ଅଧିକାରିଣୀ ରାଜେନ୍ଦ୍ରଙ୍କୁ ଲାଠିରେ ନିର୍ଧୁମ ଛେଚିଥିଲେ। ମାଡରେ ରାଜେନ୍ଦ୍ରଙ୍କ ହାତ, ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଲାଗିବାରୁ ତାଙ୍କୁ ଥାନାରୁ ଛାଡିଦିଆଯାଇଥିଲା। ଖବର ପାଇ ଉକ୍ତ ଯୁବକଙ୍କ ସମ୍ପର୍କୀୟ ତରଭା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ପୋଲିସ୍ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.