ଆଜିଠୁ ଖୋଲିଲା ଘଟଗାଁ ଦେବୀ ମା’ ତାରିଣୀଙ୍କ ମନ୍ଦିର, ଦୀର୍ଘ ମାସ ପରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ(କେନ୍ଯୁଜ୍): ଦର୍ଶନ ଦେଲେ ମାଆ ତାରିଣୀ। ଆଜିଠୁ ଖୋଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର । ଦୀର୍ଘ ମାସ ପରେ ଘଟଗାଁ ତାରିଣୀ ମନ୍ଦିର ଖୋଲିଛି। ସର୍ବସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ଓ ଅପରାହ୍ନରେ ୪ଟାରୁ ସନ୍ଧ୍ୟା ୭ଟା ଯାଏ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ ।
ମା’ଙ୍କର ସକାଳ ଆଳତି, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତି ଏବଂ ଓହଡ଼ ଆଳତିରେ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ । ମନ୍ଦିର ଭିତରକୁ ଭୋଗ ନେବା ମନା । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ । ୧୦ ବର୍ଷରୁ କମ୍ ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମନ୍ଦିର ପ୍ରବେଶ ମନା ।