ଶିମିଳିପାଳ ନିଆଁ ଆୟତ୍ତରେ,ସାଟେଲାଇଟରୁ ମିଳିଥିବା ତଥ୍ୟ ଆଧାରରେ ସୂଚନା ଦେଲେ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ
କେନ୍ୟୁଜ୍(ବ୍ୟୁରୋ):ଶିମିଳିପାଳ ନିଆଁ ଆୟତ୍ତରେ । ଏହା କହିଛନ୍ତି ରାଜ୍ୟସ୍ତରୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ । ସାଟେଲାଇଟ ଜରିଆରେ ମିଳିଥିବା ତଥ୍ୟ ଆଧାରରେ ସେ ଏହି ସୂଚନା ଦେଇଛନ୍ତି ।ଶିମିଳିପାଳରେ ନିଆଁ ଲାଗିଥିବା ସ୍ଥାନ ଠାବ ପାଇଁ ବ୍ୟବହାର ହେଉଛି ଡ୍ରୋନ୍ । ନିଆଁ ଲାଗିିଥିବା ସ୍ଥାନ ଚିହ୍ନଟ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଛି। ନିଆଁ ଲିଭା କାମରେ ଓଡ୍ରାଫ, ଅଗ୍ନିଶମ, ଓଡ୍ରାଫ ଟିମ୍ ଅନବରତ ଉଦ୍ୟମ ଜାରି ରଖିଛନ୍ତି। କେବଳ ଏତିକି ନୁହଁ କମ୍ୟୁନିଟି ପାର୍ଟିସିପେସନକୁ ଗୁରୁତ୍ୱ ଦିଆଯାଇଛି।
ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବ ସହ ନିଆଁ ଲିଭା କାମରେ ସେମାନଙ୍କ ସହଯୋଗ ନିଆଯାଉଛି। ବିଭିନ୍ନ ଗାଁରେ ବନ ବିଭାଗ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି। ଶିମିଳିପାଳ ନିଆଁ ଲିଭାଇବାରେ ବନ କର୍ମଚାରୀ, ଫାୟାର ଫାଇଟରଙ୍କ ସହ ଦୁଇଟି ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି । ଦିନ ରାତି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଶିମିଳିପାଳ ଅଞ୍ଚଳରେ ଥିବା ସମସ୍ତ ପୋଲିସ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗତ ୮ ତାରିଖ ରାଜ୍ୟର ୩ହଜାର ୨ଶହ ୫୮ ସ୍ଥାନରେ ନିଆଁ ଲାଗିଥିଲା । ଆଜି ଏହି ସଂଖ୍ୟା ୨୯୦କୁ ଖସି ଆସିଛି ।