ଭାରସାମ୍ୟ ହରାଇ ତଳକୁ ଓଲଟିଲା ଟାଟା ଏସି, ୨୦ରୁ ଅଧିକ ଆହତ

କାମାକ୍ଷାନଗର ଥାନା ରେକୁଳା ସ୍ଥିତ ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତଳକୁ ଖସିପଡିଲା କିର୍ତ୍ତନ ମଣ୍ଡଳିଙ୍କ ଟାଟା ଏସି ଗାଡି। ଫଳରେ ୨୦ରୁ ଅଧିକ କିର୍ତ୍ତନ ମଣ୍ଡଳି ଆହତ ହୋଇଛନ୍ତି।

କାମାକ୍ଷାନଗର (କେନ୍ୟୁଜ): କାମାକ୍ଷାନଗର ଥାନା ରେକୁଳା ସ୍ଥିତ ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତଳକୁ ଖସିପଡିଲା କିର୍ତ୍ତନ ମଣ୍ଡଳିଙ୍କ ଟାଟା ଏସି ଗାଡି। ଫଳରେ ୨୦ରୁ ଅଧିକ କିର୍ତ୍ତନ ମଣ୍ଡଳି ଆହତ ହୋଇଛନ୍ତି। ଆଳତୁମା ଗ୍ରାମରୁ କୋଟଗରା ଗ୍ରାମକୁ କିର୍ତ୍ତନ କରିବାକୁ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।