ରାୟଗଡ଼ା : ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ୍ ଗାଡି

ରାୟଗଡ଼ା (କେନ୍ୟୁଜ୍) : ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ୍ ଗାଡି। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବିଶମକଟକ ଖ୍ରୀଷ୍ଟିଆନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଧୁବାଗୁଡି ନିକଟରେ ଏହି ବିସ୍ଫୋରଣ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗାଡିଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ବିଷମକଟକ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଆହତ ବିଷମକଟକ ବ୍ଲକ ରାଶିକେଲା ଗାଁର। ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ।