ରାଜ୍ୟ

ଟାଟା ପ୍ରୋଜେକ୍ଟ ନେଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ, ଦେଢ଼ବର୍ଷ ଭିତରେ ସାରିବାକୁ ଲକ୍ଷ୍ୟ

ପୁରୀ(କେନ୍ୟୁଜ୍): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ହେବ । ଆରମ୍ଭ ହୋଇଛି ୩ ଦିନିଆ ଯଜ୍ଞ । ମନ୍ତ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର । ଉତ୍ତର ପାର୍ଶ୍ଵ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଓ ପୁରାଣ ଶାସ୍ତ୍ର ଅନୁଯାୟୀ ପବିତ୍ର ଯଜ୍ଞ କାର୍ଯ୍ୟ ନିଷ୍ଠା ଓ ପବିତ୍ରତାର ସହ କରାଯାଇଛି । ଯଜ୍ଞ ମଣ୍ଡପ ସମ୍ମୁଖ ଭାଗରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ତିନିଦିନିଆ ଯଜ୍ଞ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ଯଜ୍ଞ ବେଦୀର ପରିବେଶ ତଥା ଅଙ୍ଗ ସଜ୍ଜାରେ କଳିଙ୍ଗ କଳାର ପରିପ୍ରକାଶ ଦେଖିବାକୁ ମିଳିଛି । ଆଜି ସକାଳୁ ରାଜଗୁରୁ ଓ ଆଚାର୍ଯ୍ୟଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ ପଞ୍ଚକର୍ମ, ସୂର୍ଯ୍ୟ ପୂଜା ପରେ ଯଜ୍ଞ ମଣ୍ଡପର ଚାରି ଦ୍ୱାରରେ ପୂଜା ଅନୁଷ୍ଠିତ ହୋଇଥିଲା । ଅପରାହ୍‌ଣରେ ଯଜ୍ଞ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା କରିଡର ପରିକଳ୍ପନାର ପ୍ରଥମ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି ।

ଟାଟା ପ୍ରୋଜେକ୍ଟକୁ ଏହି ପ୍ରକଳ୍ପ ର ଟେଣ୍ଡର ଦିଆଯାଇଛି । ପ୍ରସ୍ତାବିତ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ସୁବିଧା ଓ ଧର୍ମ ଭାବନା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା କରାଯାଉଛି । ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ ।

୩ ବର୍ଷ ତଳେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ ବା ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରାୟ ଶେଷ ହୋଇଥିଲା । ଏବେ ୩୩୧ କୋଟି ଟଙ୍କା ବ୍ୟୟରେ କରିଡର କାର୍ଯ୍ୟ ଆରମ୍ଭ ହେବ । ପରିକ୍ରମା ମାର୍ଗରେ ଭକ୍ତଙ୍କ ପାଇଁ ପ୍ରତୀକ୍ଷାଳୟ, କ୍ଳକ ରୁମ, ଟଏଲେଟ, ପାନୀୟ ଜଳ ବ୍ୟବସ୍ଥା, ୱାଚ ଟାୱାର, ଧ୍ୟାନ କେନ୍ଦ୍ର ଓ ପରିକ୍ରମା ପାଇଁ ବ୍ୟାଟେରୀ ଗାଡିର ବ୍ୟବସ୍ଥା ହେବ । ଦେଢ଼ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

5 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

19 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

34 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

45 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

56 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago