ଭୁବନେଶ୍ବର(କେନ୍ଯୁଜ୍) : ସୁପ୍ରିମକୋର୍ଟଙ୍କ ଆଧାର ରାୟକୁ ନୈରାଶ୍ୟଜନକ ବୋଲି କହିଛନ୍ତି ସାଂସଦ ତଥାଗତ ଶତପଥୀ। କେବଳ ସିମ୍ କାର୍ଡ ଏବଂ ବ୍ୟାଙ୍କ ଏକମାତ୍ର ପ୍ରସଙ୍ଗ ନୁହେଁ। ସୁପ୍ରିମକୋର୍ଟଙ୍କର ଏହା ପଛଘୁଂଚା ବୋଲି ଟ୍ଵିଟ୍ କରି କହିଛନ୍ତି ତଥାଗତ। ଉଭୟ ବିଜେପି ଏବଂ କଂଗ୍ରେସକୁ ଏଥିପାଇଁ ସେ ଦାୟୀ କରିଛନ୍ତି । ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ତଥାଗତ। ସେହିପରି ଜଷ୍ଟିସ ଚନ୍ଦ୍ରଚୁଡଙ୍କ ରାୟକୁ ସମର୍ଥନ ଜଣାଇଛନ୍ତି। ତାଙ୍କ ମତାମତା ଜନତାଙ୍କ ସପକ୍ଷରେ ବୋଲି କହିଛନ୍ତି।