ଶିକ୍ଷକ ନାଁରେ କଳଙ୍କ, ପ୍ରଥମେ ପ୍ରେମ ତାପରେ ବ୍ଲାକମେଲିଂ

କଟକ(କେନ୍ଯୁଜ୍) : ଶିକ୍ଷକ ନାଁରେ କଳଙ୍କ । ପ୍ରଥମେ ପ୍ରେମ ତାପରେ ବ୍ଲାକମେଲିଂ। ପରେ କୋର୍ଟରେ ବିବାହ । କଟକ ଜିଲ୍ଲା ନେମାଳ ଥାନା କେରିଲୋ ଗାଁର ବିକାଶ ସିଂଙ୍କ ନାଁରେ ଆସିଛି ଅଭିଯୋଗ । ବିକାଶ ସେହି ଗାଁର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫଶାଇବା ପରେ ବିବାହ କରିଥିଲେ। ଏହାପରେ ୧୮ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ।

teacher11ଶେଷରେ ଟଙ୍କା ନମିଳିବାରୁ ନାବାଳିକାର ଆପତ୍ତିଜନକ ଫଟୋ ଓ ଭିଡିଓକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଥିଲେ। ଏନେଇ ପରିବାରଲୋକେ ନେମାଳ ଥାନାରେ ଏତଲା ଦେଇପରେ ପୋଲିସ ଅଭିଯୁକ୍ତ ବିକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।