ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଲେ କୋଚିଂ ସେଣ୍ଟର ମାଲିକ

teacher attackନୟାଗଡ: ଦରମା ମାଗିବାରୁ କୋଚିଂ ସେଣ୍ଟର ମାଲିକଙ୍କ ଦାଦାଗିରି। ଶିକ୍ଷକ ବେକରେ ଜୋତା ମାଳ ପକାଇ ଗଛରେ ବାନ୍ଧି ନିସ୍ତୁକ ମାଡ଼। ଏହା ପରେ ସୋସିଆଲ ମିଡିଆରେ ଭାଇରାଲ କଲେ ଭିଡିଓ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଫତେଗଡ଼ ଥାନା କରବର ଗାଁରେ। କଣ୍ଟିଲୋରେ ଥିବା ସତ୍ୟସାଇ କୋଚିଂ ସେଣ୍ଟରରେ ଗାଁର ଜଣେ ଯୁବକ ଇଂରାଜୀ ଶିକ୍ଷକ ଭାବେ କାମ କରୁଥିଲେ । ବହୁ ଦିନ ହେବ କୋଚିଂ ସେଣ୍ଟର ମାଲିକ ତାଙ୍କୁ ଦରମା ଦେଇନଥିଲେ। ଫଳରେ ସେ ସେହି କୋଚିଂ ସେଣ୍ଟର ଛାଡ଼ି ଅନ୍ୟତ୍ର ପଢାଉଥିଲେ। ଏଥିରେ ରାଗି ଯାଇ କୋଚିଂ ସେଣ୍ଟର ମାଲିକ ତପନ, ଇଂରାଜୀ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସଂପୃକ୍ତ ଇଂରାଜୀ ଶିକ୍ଷକ ଖଣ୍ଡପଡ଼ା ଥାନରେ କୋଚିଂ ସେଣ୍ଟର ମାଲିକଙ୍କ ନାଁରେ ଏତଲା ଦେଇଛନ୍ତି।

Leave A Reply

Your email address will not be published.