ଛାତ୍ରଙ୍କୁ ମାଡ଼ ମାରିଲେ ଶିକ୍ଷକ, ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼: ସ୍କୁଲ୍ ରୁ ମୋ ପାଖକୁ ଫୋନ୍ ଆସିଲା ଜଣେ ଶିକ୍ଷକ କହିଲେ ସ୍କୁଲ୍ ଛୁଟି ହେବା ପୂର୍ବରୁ ଆସିକି ଦେଖା କର । ମୁଁ ସଙ୍ଗେ ସଙ୍ଗେ କଣ ହୋଇଛି ବୋଲି ଭାବି ସ୍କୁଲ୍ କୁ ଧାଇଁଗଲି । ଦେଖିଲାରୁ ମୋ ପୁଅର ଅବସ୍ଥା ଏମିତି । ମୋ ପୁଅ ପିଠିରେ ମାଡ଼ ଦାଗ । ପଚାରିଲାରୁ ଶିକ୍ଷକ ବାଡ଼େଇଛନ୍ତି ବୋଲି କହିଥିଲା ପୁଅ …

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରାଜା ଧରଣୀ ଧର ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକଙ୍କ ମାଡ଼ରେ ଆଦିବାସୀ ହଷ୍ଟେଲରେ ରହୁଥିବା ଜଣେ ଛାତ୍ର ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତ୍ତି । ଏହି ସ୍କୁଲର ହଷ୍ଟେଲରେ ରହୁ ଥିବା ଛାତ୍ର ସିଦ୍ଧେଶ୍ୱର ମୁଣ୍ଡା ମୁଢି କିଣି ହଷ୍ଟେଲକୁ ଆସୁଥିବା ବେଳେ ଏହି ସ୍କୁଲର ହିନ୍ଦୀ ଶିକ୍ଷକ ସନ୍ତୋଷ ସାର କୁଆଡେ ଯାଇଥିଲୁ ପଚାରି ବ୍ୟାଗ୍ ଅଣ୍ଡାଳିଥିଲେ । ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ପାଖକୁ ନେବା ପରେ ହିନ୍ଦୀ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରକୁ ବାଡ଼ି ଓ ହାତରେ ମାରି ଥିବା ଅଭିଯୋଗ କରିଛନ୍ତି ଛାତ୍ର ଏବଂ ତାଙ୍କ ବାପା ।

ତେବେ ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା । ସ୍କୁଲରୁ ଛାତ୍ରଙ୍କୁ ତାଙ୍କ ବାପା ମା ଙ୍କୁ ଖବର ପାଇ ତାକୁ ଘରକୁ ନେଇଯାଇଥିଲେ । ହେଲେ ଘରେ ରାତିରେ ମୁଣ୍ଡ ବୁଲାଇବା ଦେହ ବ୍ୟଥା ହୋଇଥିଲା । ପରେ ପରିବାର ଲୋକ ବଣାଇ ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଥିଲେ । ଆଦିବାସୀ ହଷ୍ଟେଲରେ ଏପରି ଘଟଣାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଏବଂ ହିନ୍ଦୀ ଶିକ୍ଷକଙ୍କ ପ୍ରତିକ୍ରିୟା ନେବାକୁ ଯାଇ ଥିବା ବେଳେ ସେ ପ୍ରତିକ୍ରିୟା ଦେଇ ନଥିଲେ ।