ଦେବଗଡ଼: ସାମାନ୍ୟ ଚପଳାମୀରେ ରାଗି ଯାଇ ଶିଶୁକୁ କାମୁଡି ଆହତ କଲେ ସ୍କୁଲ ସାର୍
ଦେବଗଡ଼: ସ୍କୁଲ ସାର୍ଙ୍କୁ ରାଗ ଆସିଲା, ଜଣେ ଶିଶୁକୁ କାମୁଡି ଆହତ କଲେ। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ବଣିଆକିଲିଣ୍ଡା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ। ଦେଖନ୍ତୁ ଏହି ଶିଶୁକୁ। ୫ ବର୍ଷର ଶିଶୁ। ମୁହଁରେ ରହିଛି କ୍ଷତ ଚିହ୍ନ। ଅଭିଯୋଗ ମୁତାବକ, ଶିଶୁଟି ସାମାନ୍ୟ ଚପଳାମୀ କରିବାରୁ ରାଗି ଯାଇଥିଲେ ସହକାରୀ ଶିକ୍ଷକ ହରେଶ କୁମାର ପ୍ରଧାନ। ସ୍କୁଲରେ ନାଁ ନଲେଖାଇ କାହିଁକି ସ୍କୁଲ ଆସୁଛୁ କହି ଶିଶୁକୁ କାମୁଡି ଦେଇଥିଲେ। ପୂର୍ବରୁ ମଧ୍ୟ ଏହି ଶିକ୍ଷକଙ୍କ ନାଁରେ ଖରାପ ବ୍ୟବହାର ନେଇ ଅଭିଯୋଗ ଥିଲା। ଗତ ୨୯ ତାରିଖରେ ପୁଣି ଥରେ ଶିକ୍ଷକ ଜଣକ ଛାତ୍ରକୁ କାମୁଡି ଥିଲେ। ଏ ଘଟଣା ପରେ ଆଜି ଅଭିବଭାବକମାନେ ସ୍କୁଲ ଘେରାଉ କରିଥିଲେ। ପ୍ରଧାନଶିକ୍ଷିତ୍ରୀ ଘଟଣାକୁ ସ୍ୱୀକାର କରିଛନ୍ତି। ସେପଟେ ଶିକ୍ଷକ ଜଣକ କହିଛନ୍ତି, ସେ କାମୁଡି ନାହାନ୍ତି। ନଖରେ ରାଞ୍ଚୁଡି ହୋଇ ଯାଇଛି। ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର।