ଭଦ୍ରକ: ଛାତ୍ରଛାତ୍ରୀଙ୍କୁ ଖରାରେ ଆଣ୍ଠେଇଲେ ପ୍ରଧାନ ଶିକ୍ଷୟିତ୍ରୀ, ଭିଡିଓ ହେଲା ଭାଇରାଲ

ଭଦ୍ରକ(କେନ୍ୟୁଜ୍):ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଖରାରେ ଆଣ୍ଠେଇବା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟ ଘଟଣା । ଛାତ୍ରଛାତ୍ରୀ ଆଣ୍ଠେଇ ଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, ମଧ୍ୟାହ୍ନ ଭୋଜନ ପାଇଁ ୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଦେଇଥିଲେ । ଦଣ୍ଡମୁକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦଣ୍ଡଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.