ପିଲାଙ୍କୁ ଡ୍ରେସ ବଣ୍ଟନ ସମୟରେ ଛାତରୁ ଖସିଲା ଫ୍ୟାନ, ଶିକ୍ଷୟତ୍ରୀ ଆହତ
ଉମରକୋଟ : ଶ୍ରେଣୀ ଗୃହ ଛାତ ଉପରୁ ଫ୍ୟାନ ଖସି ଶିକ୍ଷୟତ୍ରୀ ଆହତ ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ କରଣ୍ଡିଆଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନମିତା ରାୟ ପିଲାଙ୍କୁ ଡ୍ରେସ ବାଣ୍ଟିବା ସମୟରେ ଶ୍ରେଣୀ ଗୃହର ଛାତରୁ ଫ୍ୟାନ ଖସି ଶିକ୍ଷୟତ୍ରୀଙ୍କ ମୁଣ୍ଡ ଉପରେ ପଡିଥିଲା ଏବଂ ମୁଣ୍ଡର ବାମ ପାଖରେ ଆଘାତ ଲାଗିଛି ।
ପ୍ରଧାନ ଶିକ୍ଷୟତ୍ରୀ ହଠାତ ତଳେ ବସିପଡି ଚିତ୍କାର କରିବାରୁ ଅନ୍ୟ ସହଯୋଗୀ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ଏବଂ ପ୍ରଥମେ ଫ୍ୟାନରୁ ବିଦ୍ୟୁତ ସରବରାହ ବନ୍ଦ କରିଥିଲେ । ଆହାତ ଶିକ୍ଷୟତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ଉମରକୋଟ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିଲା । ଫ୍ୟାନ ଛାତରୁ ଖସିବା ସମୟରେ କୌଣସି ପିଲା ଆହାତ ହୋଇ ନାହାନ୍ତି ।
ପିଲାମାନେ ପାଠ ପଢୁଥିବା ଶ୍ରେଣୀ ଗୃହର ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଛି ଅନେକ ସମୟରେ ଛାତରୁ କଂକ୍ରିଟ ଖସୁଛି ଏବଂ ଛାତର ଅନେକ ସ୍ଥାନରେ ଫାଟ ହୋଇ ରହିଛି ବିଦ୍ୟାଳୟର ସେହି ଗୋଟିଏ ଶ୍ରେଣୀ ଗୃହ ରହିଛି, ଗୋଟିଏ ଶ୍ରେଣୀରେ ୮୫ପିଲା ବସି ପାଠ ପଢୁଛନ୍ତି ।
ଅଧ ପନ୍ତରୀୟା ହୋଇ ରହିଥିବା ଦୁଇଟି ଶ୍ରେଣୀ ଗୃହକୁ ସମ୍ପୂର୍ଣ୍ଣ କରାଯାଉ ନାହିଁ ଅନ୍ୟପଟେ ଜରି ପାଲ ଘେରା ରୋଷେଇ ଗୃହରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି ଅନେକ ଦିନରୁ ଶ୍ରେଣୀ ଗୃହ ଓ ରୋଷେଇ ଗୃହ ପାଇଁ ପ୍ରଶାସନ କୁ ଦାବି ଜଣାଇ ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବର ।