ବ୍ରହ୍ମପୁର କେ ସି ପବ୍ଲିକ ସ୍କୁଲରେ ଅଭାବନୀୟ ଘଟଣା, ପ୍ରଥମ ଶ୍ରେଣୀ ଛାତ୍ରୀ ସ୍କୁଲ ୟୁନିଫର୍ମ ପିନ୍ଧିନଥିବାରୁ ଉଲଗ୍ନ କଲେ ଶିକ୍ଷୟିତ୍ରୀ

କେନ୍ୟୁଜ୍(ବ୍ୟୁରେ):   ଛାତ୍ରୀ ସ୍କୁଲ ୟୁନିଫର୍ମ ପିନ୍ଧିନଥିବାରୁ ଉଲଗ୍ନ କଲେ ଶିକ୍ଷୟିତ୍ରୀ । ବ୍ରହ୍ମପୁର କେ ସି ପବ୍ଲିକ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୟୁନିଫର୍ମ ପିନ୍ଧିନଥିବା ଯୋଗୁଁ ଶ୍ରେଣୀଗୃହରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଛାତ୍ରୀଙ୍କୁ ଉଲଗ୍ନ କରିଛନ୍ତି ଶିକ୍ଷୟିତ୍ରୀ । ସ୍କୁଲର ପ୍ରଥମ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ଦେଖାଦେଇଛି । ସ୍କୁଲ ଶେଷ ହେବାପରେ ଘରକୁ ଯିବା ସମୟରେ ତାଙ୍କ ଅଭିଭାବକ ଛାତ୍ରୀ ଜଣକ ପ୍ୟାଣ୍ଟ ପିନ୍ଧିନଥିବା ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ ଅଭିଭାବକ । ଏହାପରେ ସ୍କୁଲରେ ଉତ୍ତେଜନା ଦେଖାଦେଇଥିଲା । ଶିକ୍ଷୟିତ୍ରୀଙ୍କ ଉପରେ ଅସନ୍ତୋଷ ଜାହିର କରିଥିଲେ ଅଭିଭାବକ । ପୋଲିସ ଘଟଣାସ୍ଥଳରେ ପହଁଚି ଶିକ୍ଷୟିତ୍ରୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.