ଚଳିତ ଶିକ୍ଷା ବର୍ଷ ଠାରୁ ଶିକ୍ଷକ ଓ ଅଭିଭାବକ ବୈଠକ ଆରମ୍ଭ ହେବ: ଗଣଶିକ୍ଷା ମନ୍ତ୍ରୀ

ଯାଜପୁର(କେନ୍ୟୁଜ୍): ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଜରୁରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୯ ମସିହା ଠାରୁ ଶିକ୍ଷକ ଓ ଅଭିଭାବକ ବୈଠକ ଆରମ୍ଭ କରାଯାଇଥିଲା। ତେବେ କୋଭିଡ କଟକଣା ଯୋଗୁ ଏହା ବନ୍ଦ ରହିଥିଲା। ଚଳିତ ଶିକ୍ଷା ବର୍ଷ ଠାରୁ ଏହା ପୁଣି ଆରମ୍ଭ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ଆଜି ଯାଜପୁର ଜିଲ୍ଲା ଜାରକା ଠାରେ କଳ୍ପତରୁ ଦାସ ନାସନାଲ ଫାଉଣ୍ଡେସନ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ଏ ୱାନ ଗ୍ରେଡ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଏକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଏହି ପ୍ରତିକ୍ରିୟା ରଖିଛନ୍ତି।

 

Leave A Reply

Your email address will not be published.