ଗଞ୍ଜାମ: ପୁଣି ଗୁରୁ-ଶିଷ୍ୟା ପରମ୍ପରାରେ କଳଙ୍କ ଲଗାଇଲେ ଜଣେ ଶିକ୍ଷକ, ଏକ୍ସଟ୍ରା ଟ୍ୟୁସନ ବାହାନାରେ ଛାତ୍ରୀଙ୍କ ସହ କରୁଥିଲେ ଦୁଷ୍କର୍ମ
ଭଞ୍ଜନଗର(କେନ୍ୟୁଜ୍): ନିଜଘରେ ଟିଉସନ୍ କରୁଥିଲେ , ତା ସହିତ ନିଜ ପସନ୍ଦର ଜଣେ ଛାତ୍ରୀର ଇଜ୍ଜତ୍ ଲୁଟୁଥିଲେ । ଦିନେ କି ଦିଦିନ ନୁହଁ ଗଲା ୭ ବର୍ଷ ଧରି ଏଭଳି କୁତ୍ସିତ କାର୍ଯ୍ୟ କରୁଥିଲେ ଟିଉସନ୍ ମାଷ୍ଟର । ଖାଲି ଟିଉସନ୍ ମାଷ୍ଟର ସେ ନଥିଲେ, ସେ ଜଣେ ଅର୍ଥଶାସ୍ତ୍ର ବିଭାଗର ଜଣେ ଅଧ୍ୟାପକ ଥିଲେ । ଗଂଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆସିକା ଥାନାରେ ଏ ନେଇ ହୋଇଥିବା ଲିଖିତ ଅଭିଯୋଗ ଆଧାରରେ ତଦନ୍ତ କରି ଆସିକା ଥାନା କେଶ୍ ନମ୍ବର – ୨୫୮/୨୧ ମାମଲା ରୁଜ୍ଜୁ କରିଛି। ଅଭିଯୋଗ ଅନୁସାରେ ଅଭିଯୁକ୍ତ ଅଧ୍ୟାପକ ପ୍ରଦୀପ କୁମାର ସାହ.କୁ ଗିରଫ କରିଛି ଆସିକା ଥାନା ପୋଲିସ ।
ଥାନାଧିକାରୀଙ୍କ ସୂଚନା ପ୍ରକାରେ ଅଧ୍ୟାପକ ଜଣକ ନିଜ ଘରେ ଟିଉସନ୍ କରୁଥିବା ସମୟରେ ଗତ ୨୦୧୪ ମସିହାରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀକୁ ଯୌନ ଉଦ୍ଧିପକ କଥା କହି ଏକ୍ସଟ୍ରା କ୍ଳାସ କରିବା ବାହାନାରେ ଅସଦାଚରଣ କରିବା ଆରମ୍ଭ କରିଥିଲେ । ତା’ପରେ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ୍ କରିବା ଭୟ ଦେଖାଇ ଆଜି ପର୍ଯ୍ୟନ୍ତ ଜବରଦସ୍ତ ଯୌନ ସଂପର୍କ ରଖୁଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ଆସିକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା (ସୋରଡା କଲେଜ )ର ଏକ କଲେଜର ଅର୍ଥଶାସ୍ତ୍ର ଅଧ୍ୟାପକ ଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।