ଶିକ୍ଷକଙ୍କ ନିଶା ଖାଇ ରାସ୍ତାରେ ଗଡ଼ିବା ଭିଡିଓ ଭାଇରାଲ, ଏବେ ହେଲେ ନିଲମ୍ବିତ

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ହାତୀଖୁଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସ୍କୁଲ ଯିବା ବେଳେ ନିଶା ଖାଇ ରାସ୍ତାରେ ଗଡ଼ିବା ଭିଡିଓ ଭାଇରାଲ।ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ।

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ହାତୀଖୁଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସ୍କୁଲ ଯିବା ବେଳେ ନିଶା ଖାଇ ରାସ୍ତାରେ ଗଡ଼ିବା ଭିଡିଓ ଭାଇରାଲ।ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ।

ଦୁଇଦିନ ତଳେ ସ୍କୁଲର ଶିକ୍ଷକ ଭାସ୍କର ସେଠି ସ୍କୁଲ ଯିବା ସମୟରେ ରାସ୍ତାରେ ମଦ ପିଇ ଗଡୁଥୁବା ଭିଡିଓ ସାମ୍ନାକୁ ଆସିଥିଲା। ଯାହାର ଭିଡିଓ ଅଞ୍ଚଳ ଲୋକେ ମୋବାଇଲରେ ସୁଟିଂ କରି ଭାଇରାଲ କରିଥିଲେ। ଏହାପରେ ଔପଦା ବିଇଓ ଘଟଣାକୁ ଗୁରୁତର ସହ ନେଇ ଉକ୍ତ ଶିକ୍ଷକଙ୍କୁ ସସପେଣ୍ଡ କରିଛନ୍ତି।

ତେବେ ଏହି ସ୍କୁଲରେ ପୂର୍ବରୁ ଜଣେ ପ୍ରଧାନ ଶିକ୍ଷକ ସମେତ ଅନ୍ୟଜଣେ ଶିକ୍ଷକଙ୍କୁ ବି ଏମିତି ମଦ ପିଇ ରାସ୍ତାରେ ଗଡ଼ିବା କାରଣରୁ ସସପେଣ୍ଡ କରାଯାଇଥିଲା। ପରେ ବି ପୁଣି ଶିକ୍ଷକ ସ୍କୁଲ ଆସିବା ସମୟରେ ମଦ ପିଇ ଗଡ଼ିବା ଅଞ୍ଚଳରେ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି।