ରାଜ୍ୟ

ନିଷ୍ଠୁର ଶିକ୍ଷକ: କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ନିସ୍ତୁକ ପିଟିଲେ, ଭିଡ଼ିଓ ଭାଇରାଲ

ଅନୁଗୁଳ (କେନ୍ୟୁଜ): ଛାତ୍ରଙ୍କୁ ନିସ୍ତୁକ ମାଡ଼ । ଏଭଳି ମାଡ଼ ମାରିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯାହାକି ଏକ ଘରୋଇ ଶିକ୍ଷାନୁଷ୍ଠାନର ବୋଲି ଜଣା ପଡ଼ିଛି । ଏହି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରର। ଭିଡିଓ ଭାଇରାଲ ହେବା ପରେ ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ଆଜି ଉକ୍ତ କୋଚିଂ ସେଣ୍ଟରକୁ ଯାଇଛନ୍ତି।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ଠାରେ ଥିବା ଘରୋଇ କୋଚିଂ ସେଣ୍ଟରରେ ପିଲା ପାଠ ପଢିବା ସହ ସେଠାରେ ଥିବା ହଷ୍ଟେଲରେ ମଧ୍ୟ ଛାତ୍ରଛାତ୍ରୀ ରହିଥାନ୍ତି। ତେବେ ସମସ୍ତ ଛାତ୍ରଙ୍କୁ ଭୋର ୩ ଟାରୁ ଉଠି ପାଠ ପଢିବାକୁ ବାଧ୍ୟ କରାଯାଏ । ତେବେ ଆଜି ଭୋରରେ କିଛି ଛାତ୍ର ଉଠି ନଥିଲେ । ଏହାକୁ ନେଇ ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଜଣକ ପରେ ଜଣଙ୍କୁ ଗୋରୁଗାଇ ପରି ପିଟିବାକୁ ଲାଗିଥିଲେ। ଏପରିକି ଅସହ୍ୟ ମାଡ଼ ଯନ୍ତ୍ରଣାରେ ପିଲାମାନେ ଛଟପଟ ହେଉଥିବା ବେଳେ ସାର୍‌ କିନ୍ତୁ ନିଷ୍ଠୁର ପାଲଟି ଯାଇଥିଲେ। ଏ ସଂକ୍ରାନ୍ତରେ ତଦନ୍ତ ପାଇଁ ଅନୁଗୁଳରୁ ଚାଇଲଡ଼ ଲାଇନର ଏକ ଟିମ କୋଚିଂ ସେଣ୍ଟର ଯାଇ ତଦନ୍ତ ଚଳାଉଛନ୍ତି।

ଶିକ୍ଷାନୁଷ୍ଠାନରେ ଶାସନ ଆଳରେ କୌଣସି ଶିକ୍ଷକ ପିଲାଙ୍କୁ ପିଟି ପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ବେଳେ ଉକ୍ତ ଶିକ୍ଷକ କିପରି ପିଲାମାନଙ୍କୁ ପିଟିବାକୁ ସାହସ କରି ପାରିଲେ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Barsha

Recent Posts

ଆସୁଛି ମୌସୁମୀ : ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

କରଞ୍ଜିଆ (କେନ୍ୟୁଜ): ବନ୍ଦ ହେବ ଶିମିଳିପାଳ। ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ । ଅକ୍ଟୋବର…

16 mins ago

ସିରିଆ: ନଦୀରେ ଖସିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍‌; ୭ ମୃତ, ୨୦ ଆହତ

ଉତ୍ତର-ପଶ୍ଚିମ ସିରିଆରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ସ୍କୁଲ ବସ୍ ରାସ୍ତାରେ ଯାଉଥିବା…

42 mins ago

ଆଜି ପୁଣି ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ

ବାଲେଶ୍ବର (କେନ୍ୟୁଜ): ଆଜି ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ । ବାଲେଶ୍ବର ଅଞ୍ଚଳରେ ଆକାଶରେ କ୍ରମାଗତ ଦୁଇ ଥର ଶବ୍ଦ…

44 mins ago

ଲଞ୍ଚ ହେବ ଟାଟା ମୋଟର୍ସର Altroz Racer, ଫିଚର୍ସ ରହିଛି ବଢ଼ିଆ

ଟାଟା ମୋଟର୍ସ ଭାରତରେ Altroz Racer ଦାମ୍‌ ଘୋଷଣା କରିବାକୁ ଯାଉଛି । କମ୍ପାନୀର ଏହି ପ୍ରିମିୟମ୍ ହ୍ୟାଚବ୍ୟାକ୍ ର…

46 mins ago

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୬ ପର୍ଯ୍ୟନ୍ତ କରିପାରିବେ ଆବେଦନ

କଟକ (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ…

1 hour ago

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ପ୍ରାଣ ଗଲା

ସୋରଡା(କେନ୍ୟୁଜ୍): ଆଜିକାଲି ବଢିଚାଲିଛି ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ପୋକ ମାଛି ଭାବି ମଣିଷ ମଣିଷର ଜୀବନ ନେବାକୁ…

1 hour ago