ଏକାଦଶାହ ଉପଲକ୍ଷେ ଜନ୍ମ ମାଟି ନୀଳାମ୍ବରପୁର ଗ୍ରାମରେ ଅୟସକାନ୍ତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଯାଜପୁର : କଳିଙ୍ଗ ଟିଭିର କଣ୍ଡୁରୀ ବା କରୋନା ଜେଜେ ସ୍ବର୍ଗତ ଅୟସକାନ୍ତ ସ୍ବାଇଁଙ୍କୁ ଶ୍ରଦ୍ଧାଞ୍ଜଳି । ଏକାଦଶାହ ଅବସରରେ ଜନ୍ମ ମାଟି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୀଳାମ୍ବରପୁର ଗ୍ରାମରେ ଅୟସକାନ୍ତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆୟୋଜିତ ସ୍ମୃତି ସଭାରେ ରାଜନେତା, ବିଶିଷ୍ଟ ବ୍ୟକ୍ତି, ମଞ୍ଚ କଳାକାର, ସାମ୍ବାଦିକ ଓ ଗ୍ରାମବାସୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ଯୁବ ନେତା ସମର କେତନ ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁ, କବି ନିରଞ୍ଜନ ଜେନା, ମନନ ନାଟ୍ୟ ସଂସଦ ପକ୍ଷରୁ ମନୋଜ ପଟ୍ଟନାୟକ, କଳିଙ୍ଗ ଟିଭି ପକ୍ଷରୁ ପ୍ରସନ୍ନ ଗାହଣ, ସତ୍ୟବ୍ରତ ପାଣିଗ୍ରାହୀ, ଅବିନେଶ୍ୱର ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ମନନ ନାଟ୍ୟ ସଂସଦ ପକ୍ଷରୁ ସ୍ୱର୍ଗତ ଅୟସକାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ୨ମି. ନୀରବ ପ୍ରାର୍ଥନା କରାଯାଇଥିଲା ।