ଚୋରା ବାଲି ଚାଲାଣ ରୋକିବାକୁ ଯାଇ ବାଲି ବୋଝେଇ ଟ୍ରାକ୍ଟର ସହ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ତହସିଲଦାର

ଜଳେଶ୍ୱର(କେନ୍ଯୁଜ୍): ଚୋରା ବାଲି ଚାଲାଣ ରୋକିବାକୁ ଯାଇ ବାଲି ବୋଝେଇ ଟ୍ରାକ୍ଟର ଦ୍ୱାରା ଦୁର୍ଘଟଣାର ଶୀକାର ହେଲା ତହସିଲଦାରଙ୍କ ଗାଡି । ଆଉ ଅଳ୍ପକେ ବର୍ତିଗଲେ ତହସିଲଦାରଙ୍କ ସମେତ ଅନ୍ୟ ଚାରି ତହସିଲ କର୍ମଚାରୀ ।

ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ବେଆଇନ ଭାବରେ ଗଚ୍ଛିତ ଥିବା ବାଲିକୁ ରାତିରେ ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆଜି ସକାଳୁ ଜଳେଶ୍ବର ତହସିଲଦାର ରେଡ଼ ପାଇଁ ଯାଇଥିଲେ।

ସୁବର୍ଣ୍ଣରେଖା ନଦୀର ଶିଖରପୁର ପୋଲ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଯାଉଥିବା ସମୟରେ ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ତହସିଲଦାର । ମାତ୍ର ବାଲି ବୋଝେଇ ଟ୍ରାକ୍ଟରର ଡ୍ରାଇଭର ଗାଡିକୁ ନ ଅଟକାଇ ଚଳନ୍ତା ଗାଡିକୁ ଛାଡି ଚମ୍ପଟ ମାରିଥିଲା । ଯାହା ଫଳରେ ବାଲି ବୋଝେଇ ଟ୍ରାକ୍ଟରଟି ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.