ଏକାଦଶ ଭୋଜିରେ ଚଢାଉ କରିବାକୁ ଯାଇଥିବାବେଳେ ତହସିଲଦାରଙ୍କୁ ମାଡ

ବାଲେଶ୍ୱର: ତହସିଲଦାରଙ୍କୁ ମାଡ ଅଭିଯୋଗ । ଏକାଦଶ ଭୋଜିରେ ଚଢାଉ କରିବାକୁ ଯାଇ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ତହସିଲଦାର । ବାଲେଶ୍ୱର ଜିଲ୍ଲା ହଳଦୀପଡା ଫାଣ୍ଡି ଓଡଙ୍ଗୀ ପଞ୍ଚାୟତର ହିଞ୍ଜିଳି ଗାଁର ଘଟଣା । ଗାଁର ହୀରାମଣି ରାଉତଙ୍କ କୋଭିଡରେ ମୃତ୍ୟୁ ହେବା ପରେ ତାଙ୍କ ଏକାଦଶହ ଉତ୍ସବ ପାଳନ କରାଯାଉଥିଲା । ଏଥିପାଇଁ ଆଖପାଖ ଗାଁର ପାଖାପାଖି ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା ।

ତେବେ ଏ ସମ୍ପର୍କରେ ଖବର ପାଇ ତହସିଲଦାର ଅନାମିକା ସିଂ ପହଞ୍ଚି ଚଢଉ କରିଥିଲେ । ଚଢଉ ବେଳେ ସ୍ଥାନୀୟ ଲୋକେ ତହସିଲଦାରଙ୍କୁ ଗାଳି ଗୁଲଜ କରିବା ସହ ଠେଙ୍ଗାବାଡିରେ ଆକ୍ରମଣ କରିଥିଲେ । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ କରି ପୋଲିସ୍‌ କିଛି ବ୍ଯକ୍ତିଙ୍କୁ ଅଟକ ରଖି ଛାଡି ଦେଇଥିବାବେଳେ, ପ୍ରତିବାଦ ସ୍ବରୂପ ଆଜି ତହସିଲଦାର କାର୍ଯ୍ଯରେ ଯୋଗ ଦେଇନଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.