ସଂକ୍ରମଣ କମିବାରୁ ଆଜିଠୁ ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍‌

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍‌ । ରାଜ୍ୟରେ କରୋନା ସଂକ୍ରମଣ କମିବାରୁ ସରକାର ସମସ୍ତ କଟକଣା ହଟାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୋମବାର ଠାରୁ ହାଇଦ୍ରାବାଦ ମେଟ୍ରୋ ଟ୍ରେନ ମଧ୍ୟ ଚାଲିବା ନେଇ ନିଷ୍ପତ୍ତି ହୋଇଛି । ସକାଳ ୭ଟାରୁ ୯ ଟା ଯାଏ ମେଟ୍ରୋ ଟ୍ରେନ ଚାଲିବ। ଏହା ସହ ଜୁଲାଇ ୧ରୁ ସମସ୍ତ ସ୍କୁଲ, କଲେଜ ଖୋଲିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.