କିଟ୍ ବିଶ୍ବ ବିଦ୍ୟାଳୟରେ ପାଳିତ ହୋଇଛି ଉଗାଦି, ତେଲୁଗୁ ସମ୍ପ୍ରଦାୟର ନୂଆ ବର୍ଷ

ଭୁବନେଶ୍ୱର : କିଟ୍ ବିଶ୍ବ ବିଦ୍ୟାଳୟରେ ପାଳିତ ହୋଇଛି ଉଗାଦି । ତେଲୁଗୁ ସମ୍ପ୍ରଦାୟରେ ନୂଆ ବର୍ଷକୁ ଉଗାଦି’ ଭାବେ ପାଳନ କରାଯାଏ। ଯାହାକି ଉଗାଦି ପର୍ବ ଭାବେ ଜଣାଯାଏ। ଆଜିକୁ ୭ ବର୍ଷ ହେବ କିଟ୍ ବିଶ୍ୱବିଦ୍ୟାଳୟରେ ଆନ୍ଧ୍ର, ତେଲେଙ୍ଗାନା ସମେତ ତେଲୁଗୁ ସମ୍ପ୍ରଦାୟର ଛାତ୍ର ଛାତ୍ରୀ ମାନେ ଧୁମଧାମରେ ଏହି ଉଗାଦି ପାଳନ କରୁଛନ୍ତି । ବିଶେଷ କରି କୋତା ଅମାବାସ୍ୟା ପର ଦିନ ଏହି ଉଗାଦି ପାଳନ କରିବାର ପରମ୍ପରା ରହିଛି । ଆମ୍ବ ସହ ନୂତନ ତେନ୍ତୁଳି , ନିମ୍ବ ଫୁଲ , କଦଳୀ ଓ ଗୁଡ ମିଶାଇ ଏକ ସ୍ୱତନ୍ତ୍ର ମିଶ୍ରଣ କରାଯାଇଥିଲା । ତେଲୁଗୁ ସମ୍ପ୍ରଦାୟର ଛାତ୍ର ଛାତ୍ରୀ ମାନେ ଠାକୁରଙ୍କ ନିକଟରେ ଭୋଗ ଲଗାଇବା ପରେ ଏହି ପ୍ରସାଦ ସେବନ କରି ଉଗାଦି ପାଳନ କରିଥିଲେ । ଆମ ଫାଉଣ୍ଡର ଡ.ଅଚ୍ୟୁତ ସାମନ୍ତ ସାର୍ ଆମ ସମସ୍ତଙ୍କୁ ଏତିକି ସୁବିଧା ସୁଯୋଗ ଦେଇଛନ୍ତି । କୀଟରେ ଯେତେ ସବୁ କମ୍ୟୁନିଟି ଅଛନ୍ତି ସମସ୍ତେ ନିଜ ନିଜ ଫେଷ୍ଟିଭାଲକୁ ନିରାଡମ୍ବର ସହ ପାଳନ କରିପାରୁଛୁ ବୋଲି କିଟ୍ ପ୍ରଫେସର ଚନ୍ଦ୍ରଶେଖର କହିଛନ୍ତି ।