ମତ୍ସ୍ଯଜୀବୀଙ୍କୁ ତେଲିଆ ମାଛ କଲା ମାଲାମାଲ, କୋଟିଏ ଟଙ୍କାରେ ମାଛ ନିଲାମ

ଜଳେଶ୍ୱର : ମାଛ କଲା ମାଲାମାଲ ।  ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯୦ଟି ତେଲିଆ ଭୋଲା ମାଛ । ପ୍ରତି ମାଛର ଓଜନ ୩୦ରୁ ୩୫ କେଜି । ପ୍ରାୟ ଏକ କୋଟି ଟଙ୍କାରେ ମାଛ ସବୁ ନିଲାମ କରାଯାଇଛି ।  ଗତକାଲି ପଶ୍ଚିମବଙ୍ଗର କିଛି ମତ୍ସ୍ଯଜୀବୀ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ତେଲିଆ ଭୋଲା ମାଛ ପଡ଼ିଥିଲେ ।

ଏହି ମାଛର ପିତ୍ତ ଓ ଅନ୍ୟ ଅଂଶ ଜୀବନ ରକ୍ଷାକାରୀ ଔଷଧ ଓ ପ୍ରସାଧନ ସାମଗ୍ରୀ ତିଆରିରେ ବ୍ୟବହୃତ ହୋଇଥାଏ ।  ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଇ ଥାଏ, ସେଥିପାଇଁ ତେଲିଆ ଭୋଲା ମାଛର ବେଶ ଚାହିଦା ରହିଛି ।  ମତ୍ସ୍ଯଜୀବୀମାନେ ଆଜି ସକାଳେ ମାଛ ଗୁଡିକୁ ନିଲାମ ପାଇଁ ଦିଘା ମାଛ ମାର୍କେଟକୁ ଆଣିଥିଲେ । ତେଲିଆ ଭୋଲା ମାଛ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ।

Also read :ସିଡୁଆ ନଦୀରେ ବୁଡ଼ିଗଲେ ଦୁଇ ନାବାଳକ, ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ