ଟାଇଁ ଟାଇଁ ଖରାରେ ସିଝୁଛି ଓଡ଼ିଶା, ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା

ଝାରସୁଗୁଡ଼ା: ରାଜ୍ୟରେ ଅସହ୍ୟ ତାତି । ଟାଇଁ ଟାଇଁ ଖରାରେ ସିଝୁଛି ଓଡ଼ିଶା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା । ଦିନ ୧୧ଟା ୩୦ ସୁଦ୍ଧା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ଏହି ସମୟରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।
ଆସନ୍ତାକାଲିଠୁ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ ଜାରି କରାଯାଇଛି । ୧୪ ଓ ୧୫ ତାରିଖରେ ହିଟୱେଭ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ମଧ୍ୟରେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ମାସ ସାରା ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆହୁରି ପଢ଼ନ୍ତୁ : ୪୦ ଡିଗ୍ରୀ ଟପିବ ତାପମାତ୍ରା, ୩ ଦିନ ଜଳିବ ପଶ୍ଚିମ ଓଡିଶା