ପ୍ରଥମ ଥର ୪୦ ଟପିଲା ପାରଦ, ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି । ଏବର୍ଷ ପ୍ରଥମ ଥର ୪୦ ଟପିଲା ପାରଦ । ବୌଦ୍ଧରେ ଆଜି ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୯.୪ ଡିଗ୍ରୀ, ସମ୍ୱଲପୁରରେ ୩୯.୩ ସେଲସିଏସ ରହିଛି ତାପମାତ୍ରା । ରାଜ୍ୟର ଅଧିକାଂଶ ସ୍ଥାନରେ ୩୫ ଡିଗ୍ରୀ ଉପରେ ପାରଦ ରହିଛି ।
ଆସନ୍ତାକାଲିଠୁ ୩ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କାଲି ପାଇଁ ୪ ଜିଲ୍ଲା ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୪ ତାରିଖରେ ୟେଲୋ ଜୋନରେ ରହିଛି ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲା ।
୧୫ ତାରିଖ ପାଇଁ ବୌଦ୍ଧ, ବଲାଙ୍ଗୀର ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ସୁନ୍ଦରଗଡ , ଅନୁଗୁଳ, ସୁବର୍ଣ୍ଣପୁର ଏବଂ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି ହୋଇଛି ।
Also read: ଟାଇଁ ଟାଇଁ ଖରାରେ ସିଝୁଛି ଓଡ଼ିଶା, ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା