ଭୁବନେଶ୍ବର(କେନ୍ୟୁଜ୍): ଦିନରେ ଖରା କାଟୁଛି ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି ହୋଇଯାଇଛି। ଗତ କାଲି ଠାରୁ ସମଗ୍ର ରାଜ୍ୟରେ ଶୀତର ହାଲୁକା ବାତାବରଣ ଖେଳିଛି। କିନ୍ତୁ ଦିନ ବେଳେ ତାପମାତ୍ର ଅଧିକ ରହୁଥିବାର ଅସହ୍ୟ ତାତି ଅନୁଭୂତ ହେଉଛି। ଏମିତି ହେବା ପଛରେ କାରଣ ହେଉଛି ସାରା ଓଡ଼ିଶାରୁ ସଂପୂର୍ଣ୍ଣ ଭାବେ ଅପସରି ଯଇଛି ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ବାକି ଅଞ୍ଚଳରୁ ଲେଉଟି ଯାଇଛି । ସାରା ରାଜ୍ୟରେ ଏବେ ଶୁଖିଲା ପାଗ ରହିଛି ।
ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଖସୁଛି । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୨୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି । ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୨୧ରୁ ୨୩ ଡିଗ୍ରୀ ସେଲସିୟସ ଭିତରେ ରହୁଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏବେ ପାରଦ ଖସୁଛି । ଆଗାମୀ ୫ ଦିନ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମଳିଛି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…