ସାରା ରାଜ୍ୟରେ ଶୀତର ଲହରୀ:୧୦ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା, ସବୁଠୁ ଥଣ୍ଡା ସହର ସୋନପୁର

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ଲହରୀ । ଦିନକୁ ଦିନ ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଲାଣି। ସୂଚନା ଅନୁଯାୟୀ ବର୍ତ୍ତମାନ ୧୦ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୮.୮ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।

winterସେହିପରି ଦାରିଙ୍ଗବାଡିରେ ୯, ଫୁଲବାଣୀରେ ୯.୮ ଓ ଅନୁଗୁଳରେ ୧୦ଡିଗ୍ରୀ ରେକର୍ଡ ହୋଇଛି। ଅନ୍ଯପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ସର୍ବନିମ୍ନ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.