ଆଜି ବି ବୌଦ୍ଧରେ ପାରଦ ୪୫ ଡିଗ୍ରୀ ସେଲସିୟସ ଛୁଇଁଛି, ୪୦ ଉପରେ ୨୫ ସହରର ପାରଦ

ଭୁବନେଶ୍ବର(କେନ୍ୟୁଜ୍):  ସାରା ରାଜ୍ୟରେ ଅସମ୍ଭାଳ ତାତି । ଗରମ ଓ ଗୁଳୁଗୁଳିରେ ଛଟପଟ ଓଡ଼ିଶା । ଆଜି ବି ବୌଦ୍ଧରେ ପାରଦ ୪୫ ଡିଗ୍ରୀ ସେଲସିୟସ ଛୁଇଁଛି । ୪୪ ଡିଗ୍ରୀ ସେଲସିୟସ ଉପରେ ୫ ଟି ସହରର ତାପମାତ୍ରା ରହିଛି । ୪୦ ଉପରେ ୨୫ ସହରର ପାରଦ । ସେହିପରି ୪୩ ଡିଗ୍ରୀ ସେଲସିୟସ ଉପରେ ରହିଛି ୯ ସହରର ତାପମାତ୍ରା । ଅନୁଗୁଳ-୪୪.୭, ବଲାଙ୍ଗିରରେ ୪୪ ତାପମାତ୍ରା ରହିଛି । ମେ’୧ରୁ ସାମାନ୍ୟ ଖସିପାରେ ଦିନ ତାପମାତ୍ରା । ୨ ଡିଗ୍ରୀ ଯାଏ ତାପମାତ୍ରା ଖସିବାର ସମ୍ଭାବନା ରହିଛି । ଏପଟେ ମେ’ ୪ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି ।

ଆସନ୍ତା ୫ ତାରିଖରେ ହୋଇପାରେ ଲଘୁଚାପ କ୍ଷେତ୍ର । ଆସନ୍ତା ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସୃଷ୍ଟିର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.