ଫେବ୍ରୁଆରୀରେ ଅସହ୍ୟ ହେଲାଣି ତାତି, ଭୁବନେଶ୍ୱରରେ ୩୭ ଡିଗ୍ରୀ ଡେଇଁଲା ତାପମାତ୍ରା
ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୭.୬ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା । ଚଳିତ ମାସ ଶେଷ ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁପାରେ
ଭୁବନେଶ୍ୱର (କେନ୍ୟୁଜ): ଡେଉଁଛି ପାରଦ । ଫେବ୍ରୁଆରୀରେ ଅସହ୍ୟ ହେଲାଣି ତାତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢ଼ି ଚାଲିଛି । ରାଜଧାନୀରେ ଟାଇଁ ଟାଇଁ ଖରା । ଭୁବନେଶ୍ୱରରେ ୩୭ ଡିଗ୍ରୀ ପାର କରିଛି ପାରଦ । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୭.୬ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ।
ଫେବ୍ରୁଆରୀରେ ଜାରି ରହିଛି ହିଟ୍ େଓ୍ଵଭ୍ । ଚଳିତ ମାସ ଶେଷ ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁପାରେ । ବର୍ତ୍ତମାନ ଅଧା ଓଡ଼ିଶାରେ ତାପମାତ୍ରା ପାଖାପାଖି ୩୫ ଡିଗ୍ରୀ ପାଖାପାଖି ହେଲାଣି । ଗତକାଲି ରାଜ୍ୟର ୯ଟି ସହରରେ ପାରଦ ୩୫ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିଲା । ଏଥର ଗ୍ରୀଷ୍ମଋତୁରେ ଏଲ୍-ନିନୋ ସକ୍ରିୟ ରହିବ। ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି, ଚଳିତ ବର୍ଷ ଅଧିକ ରହିବ ଗ୍ରୀଷ୍ମ ପ୍ରବାହ।