ଆସନ୍ତାକାଲି ଠାରୁ ବଢ଼ିବ ତାପମାତ୍ରା, ୪୮ ଘଣ୍ଟା ପାଇଁ ଘନ କୁହୁଡିର ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଖରା ହେବ ।  ଏହାସହ ସବୁଠି ପାରଦ ବଢ଼ିବ ।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ସବୁଆଡ଼େ ଗରମର ଅନୁଭୂତି ହେବ। ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।  ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି ।

କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି ।  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ଆଗାମୀ ୫ରୁ ୭ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ ।  ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିବ ।  ଉପକୂଳ ଓଡ଼ିଶାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ୪୮ ଘଣ୍ଟା ପାଇଁ ଘନ କୁହୁଡିର ୟେଲୋ ଆଲର୍ଟ ଜାରି ହୋଇଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ୨୪ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମାଲକାନଗିରି, ରାୟଗଡ଼ା, କୋରାପୁଟ , ଗଂଜାମ, କନ୍ଧମାଳ, ଗଜପତି  ନୟାଗଡ଼,ଖୋର୍ଦ୍ଧା,ପୁରୀ ,ଜଗତସିଂପୁର ,କେନ୍ଦ୍ରାପଡା,କଟକ ,ଅନୁଗୁଳ ,ଢେଙ୍କାନାଳ, ଦେଓଗଡ଼ ,ଯାଜପୁର , କେଉଁଝର ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଇଛି ବିଭାଗ।

ସେହିପରି ଆସନ୍ତାକାଲି ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଅନୁଗୁଳ, ଜଗତସିଂହପୁର,କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୧ ଜିଲ୍ଲାକୁ  ଘନ କୁହୁଡି  ପାଇଁ  ୟେଲୋ  ବର୍ଣ୍ଣିଙ୍ଗ  ଜାରି ହୋଇଛି। ୩୧ ତାରିଖରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଉପକୂଳ ଓଡିଶାରେ ଦେଖିବାକୁ ମିଳିବ।

Also read:ଆଜି ଟୁଇନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ, ୩ ଦିନ ପରେ ରାଜ୍ୟରେ ବଢ଼ିବ ଥଣ୍ଡା