ଆଜିଠୁ ବଢ଼ିବ ତାତି: ୨ ସପ୍ତାହ ଧରି ଜାଳିବ ଖରା

ଭୁବନେଶ୍ୱର : ଆଜିଠୁ ବଢ଼ିବ ତାତି। ରାଜ୍ୟର ବିଭିନ୍ନ ସ୍ଥାନରେ ୩ ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବ ଦିନ ତାପମାତ୍ରା । ୨ ସପ୍ତାହ ଧରି ଜାଳିବ ଖରା । ଏଥିପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଦିନ ତାପମାତ୍ରା ହ୍ରାସ ପାଇଥିଲା । ୯ ତାରିଖରୁ ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଥଣ୍ଡା ବାୟୁ ପ୍ରବାହ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।
ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ସେଲସିୟସ ଯାଏଁ ବଢିବ ତାତି। ଉପକୂଳ ଓଡ଼ିଶାରେ ସ୍ବାଭାବିକଠୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ତାପମାତ୍ରା ରହିବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆହୁରି ପଢ଼ନ୍ତୁ : ପୋଖରୀରେ ବୁଡି ନାବାଳକ ମୃତ, ଅଜା ଘରକୁ ବୁଲିବାକୁ ଯାଇଥିଲେ