ରାଜ୍ୟରେ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଆଜିଠୁ ବଲାଙ୍ଗିର ଓ ସୋନପୁର ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଆଜିଠୁ ରାଜ୍ୟରେ ଆହୁରି ବଢିବ ତାତି
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆହୁରି ବଢିବ ତାତି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ଆଜିଠୁ ବଲାଙ୍ଗିର ଓ ସୋନପୁରରେ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପରବର୍ତ୍ତୀ ୩ ଦିନ ପାଇଁ ୬ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହେବ । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । ଟିଟିଲାଗଡ଼ ପୁଣି ପାଲଟିଛି ତତଲାଗଡ଼ । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଛି । ଗତ ୧୦ବର୍ଷ ମଧ୍ୟରେ ଟିଟିଲାଗଡ଼ରେ ଏହା ମାର୍ଚ୍ଚ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା । ବାରିପଦାରେ ମଧ୍ୟ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ଦିନର ସର୍ବୋଚ୍ଚ ତାପାମାତ୍ରାରେ ୨ରୁ ୩ ଡିଗ୍ରି ସେଲସିୟସ ବଢ଼ିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।